୩ ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହୃତ

କୋବ୍ରା କମାଣ୍ଡୋଙ୍କୁ ମୁକ୍ତ କରିବାର ୨୪ ଘଣ୍ଟା ନ ବିତୁଣୁ ୩ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରିଛନ୍ତି ନକ୍ସଲ

ଛତିଶଗଡ :  ବିଜାପୁର ଜିଲ୍ଲାରେ ପୁଣି ଲାଲବାହିନୀର ଆତଙ୍କରାଜ ଦେଖାଯାଇଛି। ସିଆରପିଏଫ ଯବାନଙ୍କୁ ମୁକ୍ତ କରିବାର ୨୪ ଘଣ୍ଟା ନ ବିତୁଣୁ ପୁଣି ଆଉ ୩ ଜଣଙ୍କୁ ନକ୍ସଲ ଅପହରଣ କରି ନେଇଛନ୍ତି  । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା କମକାନାର ଅଞ୍ଚଳରେ ୨୦ ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ବୁଲୁଥିବା ସମୟରେ ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ହାଥ ବାନ୍ଧି ଅପହରଣ କରି ନେଇଛନ୍ତି । ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଜଣଙ୍କ ନାଁ ସାରଦା ବୋଲି ସ୍ପଷ୍ଟ ହୋଇଛି । ଅପହରଣ ଘଟଣା ଉପରେ ପୁଲିସ ନଜର ରଖିଥିବା ବିଜାପୁର ଏସପି କମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

Comments are closed.