୧୧ ଲକ୍ଷ ଟଙ୍କା ପାଇଁ ନାବାଳକଙ୍କୁ ଅପହରଣ; ୫ ଯୁବକ ଗିରଫ

0

ଭୁବନେଶ୍ବର: ବେକାରୀ ଯୁବକଙ୍କ ଜଘନ୍ୟକାଣ୍ଡ । ଜଣେ ୧୭ ବର୍ଷର ନାବାଳକ ଗୌରବ ରଥଙ୍କୁ ଅପହରଣ କରିବା ଏବଂ ତାକୁ ଛାଡିବା ବଦଳରେ ୧୧ ଲକ୍ଷ ଟଙ୍କା ମାଗି ପୁଲିସ ଜାଲରେ ଧରା ପଡିଲେ ୫ ବେକାରୀ ଯୁବକ । ଆଜି ପୁରୀରୁ ଏହି ୫ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ଏନେଇ ଆଜି ପୁଲିସ କମିସନର ୱାଇ ବି ଖୁରାନିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ ୨୬ ତାରିଖ ସଂନ୍ଧ୍ୟାରେ ଗୌରବ ଟ୍ୟୁସନରୁ ଘରକୁ ଫେରୁଥିବା ସମୟରେ ଏହି ଯୁବକମାନେ ତାଙ୍କୁ ଅପହରଣ କରିଥିଲେ । ତାଙ୍କୁ ଛାଡିବା ପାଇଁ ପରିବାର ଲୋକଙ୍କୁ ଫୋନ୍ ଜରିଆରେ ୧୧ ଲକ୍ଷ ଟଙ୍କା ଦାବି କରିଥିଲେ । । ଫେବୃଆରୀ ୨୭ ତାରିଖରେ ଗୌରବର ପରିବାର ଲୋକ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ହୋଇଥିଲେ । ପରେ ୨ ଲକ୍ଷ ଟଙ୍କା ଦେଇ ଗୌରବର ପରିବାର ଲୋକ ତାଙ୍କୁ ମୁକୁଳାଇ ଆଣିଥିଲେ । ଏହି ଘଟଣାରେ ପୁଲିସ ଛାନଭିନ୍ କରି ପୁରୀରୁ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଉଚ୍ଚଶିକ୍ଷିତ ବେକାରୀ ଏବଂ ସେମାନେ ଟଙ୍କା ପାଇଁ ଏପରି କରିଥିବା ଜଣାପଡିଛି ।

ସେମାନେ ସୋସିଆଲ ମିଡିଆରେ ଯୁବତୀଙ୍କ ନାମରେ ଫେକ୍ ଆଇଡି କରି ଅନେକ ଯୁବକଙ୍କୁ ଫସେଇବାକୁ ଉଦ୍ୟମ କରିଥିଲେ । ହେଲେ ଏଥିରେ ବିଫଳ ହେବା ପରେ ଟଙ୍କା ପାଇଁ ଗୌରବଙ୍କୁ ଅପହରଣ କରିଥିଲେ । ବିଭିନ୍ନ ସ୍ଥାନରୁ ଟଙ୍କା ଉଧାର ଆଣି ସୁଝି ନ ପାରି ଶିକ୍ଷିତ ବେକାର ଯୁବକମାନେ ଏଭଳି କାଣ୍ଡ ଭିଆଇଥିବା ପୁଲିସ କହିଛି ।

Leave A Reply