ବିବାହିତା ମହିଳାଙ୍କୁ ଅପହରଣ ଅଭିଯୋଗ

ମୋହନା: ନିଜ ୪ଟି ସନ୍ତାନକୁ ଛାଡି ସ୍ତ୍ରୀଙ୍କୁ କେହି ଅପହରଣ କରି ନେଇଥିବା ଗଜପତି ଜିଲ୍ଲା ରାମଗିରି ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ । ରାମଗିରି ଥାନା ଅନ୍ତର୍ଗତ ସିନ୍ଦୁବା ଗ୍ରାମର ଲଷ୍ମୀ ରଇତ(୩୫)ଙ୍କ ସ୍ତ୍ରୀ ନମିତା ରଇତ(୩୧) ଗତ ୨୭’/୫ରେ ନିଜ ପିଲାମାନଙ୍କୁ ଛାଡ଼ି କେଉଁଆଡେ ଚାଲିଯାଇଛନ୍ତି। ବହୁ ଖୋଜାଖୋଜି କରିବା ପରେ ସ୍ତ୍ରୀକୁ ନପାଇ ଶେଷରେ ସ୍ଵାମୀ ଲକ୍ଷ୍ମୀ ରାମଗିରି ଥାନାରେ ଯାଇ ଲିଖିତ ଅଭିଯୋଗ କରିଛନ୍ତି।  ଅଭିଯୋଗରେ ଦର୍ଶାଯାଇଛି ନିଜ ସାହିର ସାରଥୀ ନାୟକ(୪୨) ତାଙ୍କ ସ୍ତ୍ରୀଜୁ ନେଇ କୁଆଡେ ଚାଲି ଯାଇଛନ୍ତି । ତାଙ୍କର କିଛି ଖବର ନ ମିଳିବାରୁ ଥାନାରେ ଜଣାଇଛନ୍ତି । ଏନେଇ ଥାନା ଅଧିକାରୀ ବିକାଶ ସେଠୀ ୨୮/୨୧ରେ ଅପହରଣ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି।

Comments are closed.