ହୋଟେଲ ସମ୍ମୁଖରୁ ଯୁବକଙ୍କୁ ଅପହରଣ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକ ନିକଟସ୍ଥ କାମାସଇନ ହୋଟେଲ ସମ୍ମୁଖରୁ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୧୦ ରୁ ଅଧିକ ଯୁବକ ୩ଟି ମୋଟର ସାଇକେଲ ଓ ଏକ ଅଟୋରେ ଆସି ଠେଙ୍ଗା ବାଡ଼ିରେ ଯୁବକଙ୍କୁ ମାଡ଼ ମାରିବା ସହ ତାଙ୍କୁ ଅପହରଣ କରିଛନ୍ତି। ଯୁବକ ଜଣକ ଆଡ଼ଭା ଅଞ୍ଚଳର ବୋଲି କୁହାଯାଉଛି। ଖବର ପାଇ ବୈଦ୍ୟନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.