ଲକ୍ଷ୍ନୌରେ ନିଜ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କଲେ କିଆରା

ମୁମ୍ବଇ : ‘କବୀର ସିଂହ’ ଚଳଚ୍ଚିତ୍ରରେ ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିବା ଅଭିନେତ୍ରୀ କିଆରା ଆଡ଼ଭାଣୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟର କାମ ଆରମ୍ଭ କରି ଦେଇଛନ୍ତି। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଇନ୍ଦୁ କି ଜବାନୀ’ର ଶୁଟିଂ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆରମ୍ଭ ହୋଇଛି। ଏହାସହିତ ନିର୍ମାତା ଏହାର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ‘ଇନ୍ଦୁ କି ଜବାନୀ’ ଆସନ୍ତା ବର୍ଷ ଜୁନ୍‍ ୫ ତାରିଖରେ ପରଦାକୁ ଆସିବ। ଚଳଚ୍ଚିତ୍ରରେ କିଆରାଙ୍କ ବିପକ୍ଷରେ ଆଦିତ୍ୟ ସୀଲ ନଜର ଆସିବେ। ପ୍ରସିଦ୍ଧ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ଅବୀର ସେନଗୁପ୍ତା ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଅବୀର ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପାଦ ଥାପିଛନ୍ତି।
ସୂଚନାଯୋଗ୍ୟ, ‘ଇନ୍ଦୁ କି ଜବାନୀ’ ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ଏଥିରେ କିଆରା ଇନ୍ଦୁ ଗୁପ୍ତା ନାମକ ଝିଅ ଭୂମିକାରେ ଅଭିନୟ କରଛନ୍ତି।

Comments are closed.