କର୍ମୀଙ୍କୁ ଚାପୁଡ଼ା ମାରିଲେ ଖୁସ୍‌ବୁ

ବେଙ୍ଗାଲୁରୁ : ଅଭିନେତ୍ରୀରୁ କଂଗ୍ରେସ ନେତ୍ରୀ ହୋଇଥିବା ଖୁସ୍‌ବୁ ସୁନ୍ଦର ନିର୍ବାଚନ ଶୋଭାଯାତ୍ରା ସମୟରେ ଜଣେ ବ୍ୟକ୍ତିକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଖୁସ୍‌ବୁଙ୍କୁ ଅଶାଳୀନ ବ୍ୟବହାର କରିବାରୁ ସେ ତାଙ୍କୁ ମାରିଥିବା ଜଣାପଡ଼ିଛି; ତେବେ ଏହି ଚାପୁଡ଼ା ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଖୁସ୍‌ବୁ ବେଙ୍ଗାଲୁରୁ ସେଣ୍ଟ୍ରାଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ରିଜୱାନ୍‌ ଆର୍ଶାଦଙ୍କ ପାଇଁ ପ୍ରଚାର କରୁଥିଲାବେଳେ ପଛରୁ ସମ୍ପୃକ୍ତ ବ୍ୟକ୍ତି ଅଶାଳୀନ ବ୍ୟବହାର କରିବା ମାତ୍ରେ ସେ ବୁଲିପଡ଼ି ତାଙ୍କୁ ଚାପୁଡ଼ା ମାରିଥିଲେ। ଖୁସ୍‌ବୁଙ୍କଠାରୁ ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ପୁଲିସ ତୁରନ୍ତ ଧରି ନେଇଥିଲା।

Comments are closed.