ଖୋର୍ଦ୍ଧା ସବ୍‌ଜେଲ୍‌ରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର : ଖୋର୍ଦ୍ଧା ସବ୍‌ଜେଲ୍‌ରେ ବିପୁଳ ପରିମାଣର ମାଦକଦ୍ରବ୍ୟ କାରବାର ସାଙ୍ଗକୁ ଧଳା ଜହର କାରବାରର ପର୍ଦାଫାଶ ହୋଇଛି। ଖୋର୍ଦ୍ଧା ସବ୍‌ଜେଲ୍‌ରେ ଖୁଲମ୍‌ଖୁଲା ମାଦକଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ଆସିଥିଲା। ଖବର ପାଇଁ ଖୋର୍ଦ୍ଧା ସବ୍‌ଜେଲ୍‌ରେ ଚଢ଼ାଉ କରି ପୁଲିସ ବିପୁଳ ପରିମାଣ ମାଦକ ଦ୍ରବ୍ୟ ଜବତ କରିଛି । ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଚଢ଼ାଉ ପରେ ବିପୁଳ ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଚଢ଼ାଉ ପରେ ଅଧିକ ତଦନ୍ତ ହେବ ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ପ୍ରକାଶ କରିଛନ୍ତି। ଚଢ଼ାଉ ସମୟରେ ଜେଲ୍‌ ପରିସରରେ ଏକ ପ୍ଲାଟୁନ୍‌ ମୁତୟନ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଜେଲ୍‌ ପରିସରରେ ଗୁଟ୍‌ଖା, ସିଗାରେଟ୍‌ ସହ ବିପୁଳ ପରିମାଣର ମାଦକ ଦ୍ରବ ବ୍ୟବହାର ହେଉଥିଲା। କଏଦୀମାନେ ଆ​‌େ​‌ଣ୍ଡ୍ର​‌ଏଡ୍‌ ମୋବାଇଲ୍‌ ଫୋନ୍‌ ମଧ୍ୟ ଖୁଲମ୍‌ଖୁଲା ବ୍ୟବହାର କରୁଥିଲେ ଏବଂ ବ୍ରାଉନ୍‌ସୁଗାର ମଧ୍ୟ କାରବାର ହେଉଥିବା ଅଭିଯୋଗ ଆସିଛି।​‌
ପୁଲିସ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ପୁନଃ ଚଢ଼ଉ ଓ ଯାଞ୍ଚ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରଶାସନ ସୂଚନା ଦେଇଛି।

Comments
Loading...