ସଦରଥାନା ଦଳେଇପୁଟରେ ବୋମାମାଡ଼ ଘଟଣା, ୨ ଗିରଫ

ଖୋର୍ଦ୍ଧା: ସଦରଥାନା ଦଳେଇପୁଟରେ ବୋମାମାଡ଼ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି ବୋଲି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ବୋମାମାଡ଼ ଘଟଣା ପଛରେ ସୁପାରି କିଲର୍‌ଙ୍କ ହାତ ରହିଛି। ପୁଲିସ ଉପସ୍ଥିତିରେ ୪ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ ମାରିଥିଲେ। ସିସିଟିଭିରେ ବୋମାମାଡ଼ ଦୃଶ୍ୟ କଏଦ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା ଜିଲାରେ କରୋନାରେ ଆକ୍ରାନ୍ତ ୫୮ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୫୦ ସୁସ୍ଥ ହୋଇଛନ୍ତି ଏବଂ ଆଉ ୮ଜଣ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

Comments are closed.