ଓଡ଼ିଶାର ଏକମାତ୍ର କରୋନା ହଟ୍ସ୍ପଟ୍ ଜିଲା ଖୋର୍ଦ୍ଧା
- ଦେଶରେ ୧୭୦ଟି କରୋନା ହଟ୍ସ୍ପଟ୍ ଜିଲା ତାଲିକା ପ୍ରକାଶ

ସମାଜ ପୋର୍ଟାଲ୍ ଡେସ୍କ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି କରୋନା ହଟ୍ସ୍ପଟ୍ ଜିଲାର ତାଲିକା ପ୍ରକାଶ କରାଯାଇଛି। ଏଥିରେ ଦେଶର ୧୭୦ଟି ଜିଲା ମଧ୍ୟରେ ଖୋର୍ଦ୍ଧା ଜିଲା ଚିହ୍ନଟ ହୋଇଛି। ତେବେ ଓଡ଼ିଶାର ୩୦ଟି ଜିଲା ମଧ୍ୟରୁ ଏକମାତ୍ର ଜିଲା ଭାବେ ଖୋର୍ଦ୍ଧା ଜିଲାକୁ ହଟ୍ସ୍ପଟ୍ ଜିଲା ଭାବେ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି।
ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଲଷ୍ଟର ଥିବା ହଟ୍ସ୍ପଟ୍ ଜିଲା ତାଲିକା ପ୍ରକାଶ ପାଇଛି। କ୍ଲଷ୍ଟର ଥିବା ହଟ୍ସ୍ପଟ୍ ତାଲିକାରେ ଭଦ୍ରକ ଚିହ୍ନଟ ହୋଇଛି। ତେବେ ଅଣ ହଟ୍ସ୍ପଟ ଜିଲା ତାଲିକାରେ ଓଡ଼ିଶାର ୭ଟି ଜିଲା ରହିଛି। କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲାଗୁଡ଼ିକ କେନ୍ଦ୍ର ସରକାର ଅଣ ହଟ୍ସ୍ପଟ୍ ଜିଲା ବୋଲି ସୂଚନା ଦେଇଛନ୍ତି।