ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୋନା ଆକ୍ରାନ୍ତ, ସ୍ଥାନାନ୍ତର ହେବ ଓପିଡି

ଖୋର୍ଦ୍ଧା: କରାଳ କାୟା ମେଳାଉଛି କରୋନା । ଜିଲା ସମେତ ସଦର ମହକୁମାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଙ୍ଗଳବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ବୟସ ୪୮ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଡାକ୍ତରଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହେବା ପରେ ଚିକିତ୍ସାଳୟ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି।ଏପରିକି ଚିକିତ୍ସାଳୟର ଓପିଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଖୋର୍ଦ୍ଧା ଜିଲାର ୨ଟି ଘରୋଇ ମେଡ଼ିକାଲ୍‌କୁ ୭ଦିନ ପାଇଁ ସିଲ୍‌ କରାଯାଇଛି।

Comments are closed.