ଖୁଣ୍ଟୁଣୀରେ ଘୋଷଯାତ୍ରା

ଗୁରୁଡିଝାଟିଆ : ଖୁଣ୍ଟୁଣୀରେ  ଆଜି ଶାସ୍ତ୍ରୀୟ ବିଧିମୁତାବକ ରଥଯାତ୍ରା ଅନୁଷ୍ଠିତ ହୋଇଛି । ପୂଜକ ସଞ୍ଜୟ କୁମାର ପଣ୍ଡା, ରବିନାରାୟଣ ନନ୍ଦ, ଦିପ୍ତିରଞ୍ଜନ ଦାଶ ଓ ସୂର୍ଯ୍ୟ ନାରାୟଣ ଦାଶ ଦ୍ୱାରା ପ୍ରଭୂଙ୍କ ନୀତିକାନ୍ତି ସମାପନ ପରେ ପ୍ରଭୂଙ୍କ ଆଦ୍ୟ ସେବକ ବିଜୟ କୁମାର ଦାଶ ଛେରା ପହଁରା କରିଥିଲେ। ଗାଁ ସଭାପତି ମନୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗାଁର ମୁରବୀ ଓ ଯୁବକଙ୍କ ଉପସ୍ଥିତିରେ ରଥକୁ ଟଣାଯାଇ ନିର୍ଦ୍ଧରିତ ସ୍ଥାନରେ ରଖାଯାଇଥିଲା।

Comments are closed.