ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ପ୍ରଦାନ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଅନୁସୂଚିତ ସାହିର ପ୍ରଫୁଲ ନାଏକ(ବାଗେଡି) ଗତ କିଛିମାସ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଅଚଳ ହୋଇପଡ଼ିଥିଲା। ରୋଗାକ୍ରାନ୍ତ ହେତୁ କୁଆଡେ ଯାଇଆସି ପାରୁ ନ ଥିଲେ। ପ୍ରଫୁଲର ଯନ୍ତ୍ରଣାଶିକ୍ତ ଜୀବନ ଯାପନକୁ ଜାଣି ଆଠଗଡ ବିକାଶ ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ଦଶହରାରେ ଏକ ହୁଇଲଚେୟାର ପ୍ରଫୁଲକୁ ପ୍ରଦାନ କରିଛନ୍ତି। ଫଳରେ ପ୍ରଫୁଲ ମନରେ ଚେନାଏ ହସ ଦେଖାଦେଇଛି। ପ୍ରଫୁଲ ତାଙ୍କ ସାହିରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥିଲେ । ହେଲେ ଗତ କିଛି ମାସ ହେଲା ପକ୍ଷାଘାତ ଯୋଗୁଁ ଅଚଳ ହୋଇପଡିଥିଲେ । ଏଣୁ ବିକାଶ ମଞ୍ଚର ସଭାପତି ବସ୍ତିଆ, ପ୍ରଫୁଲ ବିଷୟରେ ଜାଣିବା ପରେ ଗତକାଲି ଦଶହରାରେ ତାଙ୍କୁ ଏକ ହୁଇଲଚେୟାର ପ୍ରଦାନ କରିଥିଲେ। ଏହ ହୁଇଲଚେୟାର ପ୍ରଦାନ କରି ପ୍ରଫୁଲର ଶୁଭ ମନାଷି ଥିଲେ। ସ୍ଥାନୀୟ ସରପଞ୍ଚ ଫୁଲ ବେହେରା ବିକାଶ ମଞ୍ଚର ସଭାପତି ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Comments are closed.