୯୦୬ଜଣ ପଡିକାର୍ଡଧାରୀଙ୍କୁ ଆର୍ଥିକ ସହାୟତାରାଶି ବଣ୍ଟନ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ୯୦୬ଜଣ ପଡିକାର୍ଡଧାରୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ରାଶି ବଣ୍ଟନ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଧାରଣ ଜନତାଙ୍କ ପ୍ରତି ପ୍ରତିଶୃତିବଦ୍ଧତାର ଏକ ନିଦର୍ଶନ ଅଟେ ବୋଲି କହିବା ସହିତ ସାମାଜିକ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ବୋଲି କହିଥିଲେ। ପଞ୍ଚାୟତର ୯୦୬ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପୂର୍ବତନ ପଞ୍ଚାୟତ ସମିିିତି ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ପୂର୍ବତନ ସମିତିସଭ୍ୟ ବିପିନ ବିହାରୀ ପ୍ରଧାନ,ଯୁବନେତା ନୃସିଂହ ଚରଣ ସାହୁ,ଆଲୋକ କୁମାରସାହୁ, ଦୀପକ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳାନା କରିଥିଲେ।

Comments are closed.