MEllora 950×100

ଖୁଣ୍ଟୁଣୀ +୨ ମହାବିଦ୍ୟାଳୟରେ ରାଧାନାଥ ଜୟନ୍ତୀ

ଗୁରୁଡିଝାଟିଆ : ରାଧାନାଥ ରଥ +୨ ବିଜ୍ଞାନ ମହାବିଦ୍ୟାଳୟରେ ଶତାବ୍ଦୀ ସାଧକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନାରାୟଣ ଦାସ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେବା, ତ୍ୟାଗ, ନିର୍ଲିପ୍ତତା ଓ ଜନସେବା କ୍ଷେତ୍ରରେ ବାବୁଜୀଙ୍କ ଭୂମିକା ସର୍ବଦା ଉଦାହରଣୀୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ,କର୍ମଚାରୀମାନେ ଉପସ୍ଥିତ ଥିଲେ। ଅର୍ଥନୀତି ବିଭାଗ ଅଧ୍ୟାପକ ଗୋବର୍ଦ୍ଧନ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.