ଖୁଣ୍ଟୁଣୀ ପଞ୍ଚାୟତ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟ

ଗୁରୁଡିଝାଟିଆ : ବିଜୁ ଜନତାଦଳର ସେବା କାର୍ଯ୍ୟଧାରାକୁ ପ୍ରତ୍ୟେକ ଗାଁରେ ରୂପାୟିତ କରିବା ପାଇଁ ଆଜି ଖୁଣ୍ଟୁଣୀ ପଞ୍ଚାୟତରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ବିଜୁ ଜନତାଦଳ ଓ ଛାତ୍ର ଜନତାଦଳ ପକ୍ଷରୁ ଖୁଣ୍ଟୁଣୀ ଉଚ୍ଚ ବିଦ୍ୟାଳୟ ଓ ଡାକ୍ତରଖାନା ପରିସରକୁ ସଫେଇ କରାଯାଇଛି । ଏଥିସହିତ ପ୍ରତ୍ୟେକ କର୍ମୀମାନେ ନିଜ ନିଜ ସାହି ଓ ପରିବାରରେ ସଫେଇ କାର୍ଯ୍ୟଧାରାକୁ ଠିକଣା ଢଙ୍ଗରେ ରୁୂପାୟିତ କରିବା ନିମନ୍ତେ ଶପଥ ନେଇଛନ୍ତି । ଜିଲ୍ଲାପରିଷଦ ଜୋନ-୨ର ଆବାହକ ଯୁବନେତା ନୃସିଂହ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ବିଜୁ ଜନତାଦଳ ସଂପାଦକ ଅଶୋକ ରାଉତ, ଆଠଗଡ ଦଳୀୟ କାର୍ଯ୍ୟାଳୟ ସଂପାଦକ ରଞ୍ଜନ ଜେନା, ଅଜିତ୍ ଦାସ, ଯୁବନେତା ଦୀପକ ସାହାଣୀ ଓ ବିନୋଦ ମାଝି ପ୍ରମୁଖ ଙ୍କ ସହିତ ପଞ୍ଚାୟର ସମସ୍ତ ଆଗଧାଡିର କର୍ମୀ, ଯୁବଛାତ୍ର ଜନତା ଦଳର ସଦସ୍ୟ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।

 

Comments are closed.