ବିଶ୍ୱ ଶୌଚାଳୟ ଦିବସରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର ମାନବ ଶୃଙ୍ଖଳ

0

ଖୁଣ୍ଟା : ଖୁଣ୍ଟା ବ୍ଲକ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଚତାର ବାର୍ତ୍ତା ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସୁଦୀର୍ଘ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା। ଖୁଣ୍ଟା ଯୁକ୍ତ ତିନି ଓ ଯୁକ୍ତ ଦୁଇ କଲେଜର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛତ୍ରୀ, ବ୍ଲକ ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଆଇସିଡିଏସ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସରପଞ୍ଚ, ସମିତି ସଭ୍ୟ ପ୍ରଭୃତି ନିର୍ବାଚିତ ଲୋକ ପ୍ରତିନିଧ, ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ମାନବ ଶୃଙ୍ଖଳ ତିଆରି କରିଥିଲେ। ଏହି ଅବସରରେ କଲେଜ ପଡିଆରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱଚ୍ଛତା ପାଇଁ ଉଲେଖନୀୟ କାର୍ଯ୍ୟକରିଥିବା ବାବଦରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ସେମାନେ ହେଲେ ବଡଫେଣୀର ପ୍ରବର୍ତ୍ତକ ସୁମିତା ମହାନ୍ତ, ଭୋଳାଗଡିଆର ସର୍ଦ୍ଦାର ହେମ୍ବ୍ରମ, ବାହାନଡା ସରପଞ୍ଚ ଧନେଶ୍ୱର ଟୁଡୁ, ବଡଫେଣୀ ସରପଞ୍ଚ ଶ୍ରୀନୀବାସ ନାଏକ, ଲକ୍ଷ୍ମଣାସାହି ସରପଞ୍ଚ ଶିବ ଶଙ୍କର ସିଂ, ଡୁକୁରା ସରପଞ୍ଚ ଚିତ୍ତରଞ୍ଜନ ନାଏକ, ବୃନ୍ଦାବନ ଚନ୍ଦ୍ରପୁର ସରପଞ୍ଚ ରାୟନ ମୁର୍ମୁ ଓ ସେଠାକାର ପ୍ରବର୍ତ୍ତକ ନିରଞ୍ଜନ ମାଝୀ,କରକଚିଆ ପ୍ରବର୍ତ୍ତକ ଫାତୁ ମୁର୍ମୁ, ଡେଙ୍ଗାମ ପ୍ରବର୍ତ୍ତକ ମଧୁ ହେମ୍ବ୍ରମ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ଗିରି। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଡିଓ ଦେବଦତ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ଉପାଧ୍ୟକ୍ଷ ସିଦନାଥ ସୋରେନ,ଏବିଡିଓ ବସନ୍ତ କୁମାର ପୃଷ୍ଟି, ଆରଡବ୍ଲ୍ୟୁଏସଏସର ଉଦଳା ଏସଡିଓ ସରୋଜ କୁମାର ଦ୍ୱାରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ବେହେରା ମଞ୍ଚାସୀନ ଥିଲେ। କାର୍ଯକ୍ରମରେ ୟୁନିସେଫ ପ୍ରତିନିଧି ଇକବାଲ ଖାନ ସମସ୍ତଙ୍କୁ ପାଇଖାନା ବ୍ୟବହାର ପାଇଁ ଶପଥ କରାଇଥିଲେ। ବ୍ଲକର ଗୟଳମାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୁଖମଣି ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳ ସହ ବିଭିନ୍ନ ଆକୃତି ସୃଷ୍ଟି କରି ସଚେତନତାର ବାର୍ତ୍ତା ଦେଇଥିଲେ। ଖୁଣ୍ଟା ବ୍ଲକର ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ସେହିପରି ଗୋପବନ୍ଧୁ ନଗର ବ୍ଲକର ବିଡିଓ ମନୋଜ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଲକର ଖୁଣ୍ଟା ବଜାରରେ ବିଭିନ୍ନ ଅଧିକରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଏକ ମାନବ ଶୃଙ୍ଖଳ ସୃଷ୍ଟି କରାଯାଇଥିଲା। ପରେ ବ୍ଲକ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ କପ୍ତିପଦା ଉପଜିଲାପାଳ ଭଗବାନ ବେହେରା ଯୋଗ ଦେଇଥିଲେ।

Leave A Reply