ଦେଶୀ ମଦ କାରବାରରେ ଅଭିଯୋଗରେ ମହିଳା ଗିରଫ

ଖୁଣ୍ଟା: ଖୁଣ୍ଟା ଥାନା ଅନ୍ତର୍ଗତ ଟାଙ୍ଗଣା ଗ୍ରାମରେ ଗୁରୁବାର ଖୁଣ୍ଟା ଅବକାରୀ ବିଭାଗ ଦ୍ୱାରା ଚଢଉ କରାଯାଇ ଜନୈକା ମହିଳାଙ୍କୁ ଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ମହିଳା ଜଣଙ୍କ ହେଲେ ଟାଙ୍ଗଣା ଗ୍ରାମର ଅନନ୍ତ ଚୌଧୁରୀଙ୍କ ପତ୍ନୀ ଜୟନ୍ତୀ(୪୨)। ତାଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହା ବ୍ୟତୀତ ବିଭାଗ ପକ୍ଷରୁ ଖୁଣ୍ଟା ଅଞ୍ଚଳର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଆଜି ଚଢଉ କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା। ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି।
Related Posts
Comments are closed.