ଚୋରା ଶିଆଳି ଛାଲି ବୋଝାଇ ଗାଡି ଜବତ

0

ଖୁଣ୍ଟା : ଖୁଣ୍ଟା ଥାନା ଉଦଳା ବନ ବିଭାଗ ଅଧୀନ ଭୋଳାଗଡିଆ-ଖୁଣ୍ଟା ରାସ୍ତାରେ ଶୁକ୍ରବାର ବନ ଜାତ ଦ୍ରବ୍ୟ ଶିଆଳି ଛାଳିର ଚୋରା ଚାଲାଣ କରୁଥିବା ଏକ ମାଲବାହୀ ଗାଡି ବାରିପଦା ଡିଏଫଓଙ୍କ ହାତରେ ଧାରା ପଡିଛି। ଓଡି୧୧ଏଫ୧୨୬୨ ନାମକ ମାଲବାହୀ ଗାଡିରେ ବନଯାତ ଦ୍ରବ୍ୟର ଚୋରା ଚାଲାଣ କରାଯାଉଥିବା ସୂଚନା ପାଇ ଡିଏଫଓ ସ୍ୱୟଂ ମଲ୍ଲିକଙ୍କ ନିର୍ଦେଶରେ ଗାଡି ଉପରେ ନଜର ରଖାଯାଇଥିଲା। ଗାଡିଟି ବାହାନଡା ନିକଟ ହଳଦିପାଳ ନିକରେ ଅପରାହ୍ନରେ ପହଞ୍ଚିଥିବା ବେଳେ ଡିଏଫଓ ଶ୍ରୀ ମଲ୍ଲିକଙ୍କ ଉପସ୍ଥିତିରେ ଶିଆଳି ଛାଲି ବୋଝେଇ ଗାଡିକୁ ଜବତ କରାଯାଇଥିଲା। ଜବତ ଗାଡିକୁ ଉଦଳା ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ରେଞ୍ଜର ଉଦଳାରେ ନଥିବାରୁ ଛାଲି ଚୋରା ଚାଲାଣ କାରୀ ଏବଂ ଚାଲାଣ ସମ୍ପର୍କୀୟ ତଥ୍ୟ ପଚରା ଉଚରା ପରେ ଜଣାପଡିବ ବୋଲି କହିଛନ୍ତି।

Leave A Reply