ନିଆଁରେ ପୋଡିହୋଇ ଆଖି ବୁଜିଲେ ଚିକିତ୍ସାଧୀନ ମହିଳା

0

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଗ୍ରାମର ଅଶୋକ ଗଞ୍ଜୁଙ୍କ ପତ୍ନୀ ସୁନିତା(୩୦) ନିଆଁରେ ପୋଡି ହୋଇ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ଆଖି ବୁଜିଛନ୍ତି। ଗତ ୧୪ ତାରିଖ ଶୁକ୍ରବାର ରାତିରେ ସୁନିତା ନିଅାଁରେ ପୋଡିଯାଇଥିବା ବେଳେ ତାଙ୍କୁ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ଶନିବାର ଖୁଣ୍ଟା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚିକିତ୍ସାଧୀନ ମହିଳାଙ୍କର ବୟାନ ରେକର୍ଡ କରିଥିଲା ବେଳେ ସୁନିତା ଘରୋଇ କଳି ପାଇଁ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିôବା କହିଥିଲେ। ସୂନଚା ଯୋଗ୍ୟ ଯେ ଶୁକ୍ରବାର ରାତି ପ୍ରାୟ ସାଢେ ଆଠଟା ସମୟରେ ସୁନିତା ନିଅାଁରେ ପୋଡି ଯାଇଥିଲେ। ଡାକ୍ତରଖାନା ଶଯ୍ୟାରେ ୫ଦିନ ରହିଥିବା ବେଳେ ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୁନିତାଙ୍କ ବାପଘର ବଡସାହି ଥାନା କୋଚିଳାଖୁଣ୍ଟା ଗ୍ରାମରେ ହୋଇଥିବା ବେଳେ ୧୦ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା। ତାଙ୍କର ୫ବର୍ଷର ପୁଅଟିଏ ରହିଛି। ସ୍ଥାନୀୟ ପୁଲିସ ଏହି ଘଟଣାକୁ ନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply