ମିଶ୍ରଣ ପର୍ବରେ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ

ଖୁଣ୍ଟା : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ବଦଳ ଘଟଣା ପ୍ରତିଦିନ ଖବରରେ ରହିଥିବା ବେଳେ ବାରିପଦା ନିର୍ବାଚନ ମଣ୍ଡଳୀର ଖୁଣ୍ଟା ବ୍ଲକ ସେଥିରୁ ବାଦ ପଡି ନାହିଁ। ଖୁଣ୍ଟା ବିଜେଡି କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର ଖୁଣ୍ଟା ମଣ୍ଡଳ ଉପସଭାପତି ରାଜା ଜେନା ଓ ବିସିକେଶନ ବେହେରାଙ୍କ ନେତୃତ୍ୱରେ କର୍ମୀ ମାନଙ୍କୁ ବିଜେଡିର ବାରିପଦା ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଖୁଣ୍ଟା ବ୍ଲକ ସଭାପତି ସୁବ୍ରତ ଚକ୍ର, ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ।

Comments are closed.