ବେଆଇନ ଉଚ୍ଛେଦ ହଠାଇବାରେ ବିଫଳ ହେଲେ ଅଧିକାରୀ ; ଲୋକଙ୍କ ଜୋରଦାର ବିରୋଧ

0

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡିଆ ଗ୍ରାମ ପଞ୍ଚାୟତ ନୂଆଗାଁ ଗ୍ରାମ ରାସ୍ତା ପାର୍ଶ୍ବରୁ ବେଆଇନ ଘର ନିର୍ମାଣ ଉଚ୍ଛେଦ କରିବାକୁ ଯାଇଥିବା ରାଜସ୍ୱ କର୍ମଚାରୀ ଓ ପୁଲିସ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଖାଲି ହାତରେ ଫେରିଛନ୍ତି। ଘଟଣାରୁ ପ୍ରକାଶ ଯେ ଭୋଳାଗଡିଆ ରାସ୍ତାକୁ ସଂଯୋଗ କରୁଥିବା ନୂଆଗାଁ-ଶ୍ରୀରାମ ପୁର ରାସ୍ତାର ନୂଆଗାଁ ଠାରେ ରାସ୍ତାକୁ ଚପାଇ ଜନୈକ ବ୍ୟକ୍ତି ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା। ଦୁଇ ସପ୍ତାହ ପୂର୍ବରୁ ଖୁଣ୍ଟା ତହସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ନିର୍ମାଣ ହଟାଇଦେଇଥିଲେ। ତେବେ ଅନ୍ୟ ଏକ ଅଭିଯୋଗ କ୍ରମେ ନିକଟରେ ରହିଆସିଥିବା ରାସ୍ତା କଡର ଅନ୍ୟ ଏକ ଦୋକାନ ଘର ଓ ଏକ କ୍ୟାବିନକୁ ଉଚ୍ଛେଦ ପାଇଁ ଅଭିଯୋଗ ହୋଇଥିଲା। ସେହି ଅନୁଯାଇ ଗୁରୁବାର ତହସିଲ କର୍ମଚାରୀ ପୁଲିସ ଉପସ୍ଥିତିରେ ସରକାରୀ ଜମି ଚିହ୍ନଟ ପାଇଁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ମହିଳା ଓ ପୁରୁଷ ତାକୁ ବିରୋଧ କରିବା ସହିତ ରାସ୍ତାପାର୍ଶ୍ବ ଜମି ଚିହ୍ନଟ କାର୍ଯ୍ୟ କରାଇ ଦେଇନଥିଲେ। ସରକାରୀ କର୍ମଚାରୀ ଖାଲି ହାତରେ ଫେରିବା ପରେ ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗ କରା ଯିବାରୁ ବେଳେ ପରିବର୍ତ୍ତି ପଦକ୍ଷେପ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା।

Leave A Reply