ଅବକାରୀ ଚଢଉ ଜଣେ ମହିଳାଙ୍କ ସମେତ ୪ ଗିରଫ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଏକାଧିକ ସ୍ଥାନରେ ଚଢଉ କରାଯାଇ ବେଆଇନ ଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଆଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଏବଂ ସେମାନଙ୍କ ଠାରୁ ଜବତ ମଦର ପରିମାଣ ହେଉଛି କାଳିଆପଦା ଗ୍ରାମର ମଙ୍ଗଲ ସିଂ(୪୭) ୧୦ ଲିଟର, ମାଙ୍କଡକେନ୍ଦା ଗ୍ରାମର ରବୀନ୍ଦ୍ର ସିଂ(୪୫) ୧୨ ଲିଟର, କୁଆମରା ଗ୍ରାମର ଗୁରୁ ସିଂଙ୍କ ପତ୍ନୀ ଗେଡି(୫୫) ଓ ସିଆଳିଆ(ଖ) ଗ୍ରାମର ସମରାୟ ଟୁଡୁ(୩୦)ଙ୍କ ନିକଟରୁ ୪ ଲିଟର। ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply