ଶିମିଳିପାଳ ଅଭୟାରଣ୍ୟରୁ ମାଙ୍କଡ଼ ମାଂସ ସହ ୭ଶିକାରୀ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଡୁକୁରା ବଣ୍ୟ ପ୍ରାଣୀ ରେଞ୍ଜ ଅଧିନ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୭ ଜଣ ଶିକାରୀ ମଙ୍କଡ଼ ଶିକାର କରି ମାଂସ ଭାଗବାଣ୍ଟ କରୁଥିବା ବେଳେ ବନକର୍ମଚାରୀ ମନେ ସେମାନଙ୍କୁ ଗିରଫ କରିଛନ୍ତି। ଗିରଫ ଶିକାରୀ ମାନେ ମା​ଙ୍କେ‌ଡ଼ିଆ ବର୍ଗର ହୋଇଥିବାବେଳେ ସେମାନେ ସମସ୍ତେ ମହାଲିବସା ଗ୍ରାମର। କରୋନା ଭୟରେ ଦେଶ ଚିନ୍ତିତ ଥିବା ବେଳେ ପ୍ରଶାସନର ସମସ୍ତ ସଚେତନତା,ବାହାରକୁ ନଯିବାକୁ ନିବେଦନକୁ ବେଖାତିର କରି ମୂଲ୍ୟହୀନ କରିଦେଇଛନ୍ତି ସମ୍ପୃକ୍ତ ଶିକାରୀ ମାନେ। ଶୁକ୍ରବାର ରାତିରେ ଅଭୟାରଣ୍ୟର ସପଞ୍ଚୁଆ ବିଟ୍ ବହଳଦା ସେକ୍ସନ ସାଞ୍ଜ କମ୍ପାର୍ଟମେଣ୍ଟ ନଂ୫ ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫କେଜି ମାଂସ,ମୋବାଇଲ, ଧନୁତୀର, ଜାଲ, ବର୍ଚ୍ଛା ପ୍ରଭୃତି ଜବତ କରାଯାଇଛି।

Comments are closed.