ଓଢଣୀରେ ଫାଶି ଲଗାଇଲା କଲେଜ ଛାତ୍ରୀ ; କାରଣ ଅସ୍ପଷ୍ଟ

0

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣା ବାରିପଦାର ଏକ ଭଡା ଘରେ ରହୁଥିବା ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଧନ୍ଦାମୂଳକ ଶିକ୍ଷାର ଛାତ୍ରୀ ଘର ଭିତରେ ଏକ କଳା ଓଢଣୀରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ଘର ବଡ଼ସାହି ଥାନା ଜାଲଘେରା ଗ୍ରାମରେ। ଖୁଣ୍ଟା ପୁଲିସ ପ୍ରାଥମିକ ତଦନ୍ତ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ଉକ୍ତ ଭଡାଘରରେ ଲିପିକା ଓ ତାଙ୍କର ଅନ୍ୟ ୩ ଜଣ ସହପାଠୀନୀ ରହୁଥିଲେ। ଛୁଟିରେ ଅନ୍ୟ ମାନେ ଘରକୁ ଯାଇଥିବା ବେଳେ ଲିପିକା ଏକୁଟିଆ ରହିଥିଲେ । ମଙ୍ଗଳବାର ଅପରାହ୍ନରେ ଜଣେ ସହାପାଠୀନୀ ଫେରି ଥିବା ବେଳେ କବାଟ ଭିତର ପଟୁ ବନ୍ଦ ଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣେଇଥିଲେ । ପୁଲିସ ଉପସ୍ଥିତିରେ କବାଟ ଭଙ୍ଗାଯିବା ପରେ ଲିପିକା ଏକ କଳା ଓଢଣୀରେ ସିଲିଂ ପଙ୍ଖାରେ ଫାଶି ଲଗେଇ ଝୁଲୁଥିବା ଦେଖା ଯାଇଥିଲା। ବର୍ତ୍ତମାନ ଆତ୍ମହତ୍ୟାର କାରଣ ଜଣାପଡିନି।

Leave A Reply