ଶିମିଳିପାଳ ଅଭୟାରଣ୍ୟରେ ଗଳିତ ମୃତଦେହ ଠାବ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ବନ୍ୟ ପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ଅଭୟାରଣ୍ୟରେ ଏକ ଗଳିତ ମୃତଦେହ ଠାବ ହୋଇଛି । ଗତ ଗୁରୁବାର ଏନେଇ  ସୂଚନା ପାଇ ବନ କର୍ମଚାରୀ ସାଂଜ କଂପାର୍ଟମେଂଟ ନଂ- ୧୨ରେ ମୃତଦେହ ଠାବ କରିବା ପରେ ପୁଲିସକୁ ଜଣାଇ ଥିଲେ। ଖୁଣ୍ଟା ପୁଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ।

 

Comments are closed.