ବୁଲା ଷଣ୍ଢ ଚୋରା ଚାଲାଣ ଅଭିଯୋଗରେ ୨ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳରୁ ମଙ୍ଗଳବାର ରାତିରେ ବୁଲା ଷଣ୍ଢ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତ ହେଲେ ଖୁଣ୍ଟାର ରଞ୍ଜିତ କୁଅଁର ଓ ଡ୍ରାଇଭର ବୈଶିଙ୍ଗା ଥାନା ପଦ୍ମପୁରର ଜଟିଆ ସିଂହ। ଜାଲ ରସିଦ ସହିତ ପିକଅପ ଭ୍ୟାନ୍‌କୁ ମଧ୍ୟ ଜବତ କରାଯାଇଛି। ସ୍ଥାନୀୟ ଲୋକ ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତ୍ତା ଷଣ୍ଢ ଚାଲାଣ କରୁଥିବା ଗାଡ଼ିକୁ ଅଟକାଇ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା। ତେବେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Comments are closed.