ଛାତ୍ରୀନିବାସ ପାଚେରୀ ଡେଇଁ ଚାଲିଯାଇଥିବା ୪ ଛାତ୍ରୀ ଠାବ

ଖୁଣ୍ଟା – ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଗୟଳମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ଜଣ କସ୍ତୁରବା ଛାତ୍ରୀ କର୍ତ୍ତୃପକ୍ଷଙ୍କ ଅଜାଣତରେ ବିଦ୍ୟାଳୟ ପରିସର ଛାତ୍ରୀନିବାସରୁ ଚାଲିଯାଇଥିବା ବେଳେ ସେମାନଙ୍କୁ ତାଙ୍କ ଘର ଲକ୍ଷ୍ମଣାସାହିରେ ଠାବ କରାଯାଇଛି। ମଙ୍ଗଳବାର ପ୍ରାତଃ ସମୟରେ ହଷ୍ଟେଲର ଅଷ୍ଟମ ଶ୍ରେଣୀର ୩ଜଣ ଓ ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ସ୍କୁଲ ପାଚେରୀ ଡେଇଁ ପଳାଇଥିଲେ। ଘଟଣା ଜଣାପଡିବା ପରେ ସେମାନଙ୍କ ପରିବାରକୁ ସୂଚନା ଦେବାରୁ ଛାତ୍ରୀମାନେ ଘରେ ପହଞ୍ଚିଥିବା ଜଣାପଡିଥିଲା । ସ୍କୁଲ କର୍ମଚାରୀ ସେମାନଙ୍କ ଘରକୁ ଯାଇଥିଲେ ଓ ଅଭିଭାବକଙ୍କ ସହିତ ପିଲାମାନେ ରହିଥିବାର ଦେଖିଥିଲେ । ଅଭିଭାବକମାନେ ପିଲାମାଙ୍କୁ ଦିନେ ଦୁଇଦିନ ପରେ ସ୍କୁଲରେ ଛାଡ଼ିଆସିବାର ପ୍ରତିଶ୍ରୁତି ଦେଇଥିଲେ ବୋଲି ଦାୟିତ୍ୱରେ ଥିବା ୱାର୍ଡନ କହିଛନ୍ତି। ଏକାଧିବାର ଏହି ଘଟଣା ଘଟିବା ଫଳରେ ସ୍କୁଲ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ଜରୁରୀ ହୋଇପଡିଛି।

Comments are closed.