୬ ଶିକାରୀ ଗିରଫ, ମାରଣାସ୍ତ୍ର ଓ ଜାଲ ଜବତ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପ ତଥା କୋର ଅଞ୍ଚଳର ଚାରିଛକ ନିକଟରୁ ୬ ଶିକାରୀ ଡୁକୁରା ୱାଇଲଡ଼ ଲାଇଫ ରେଞ୍ଜ କର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୪ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର, ବାରୁଦ ଶିକାର ପାଇଁ ଆବଶ୍ୟକ ଜାଲ, ରନ୍ଧା ଓ ଶୁଖିଲା ଖାଦ୍ୟ, ପନିପରିବା ଇତ୍ୟାଦି ଜବତ କରାଯାଇଛି। ୬ ଜଣ ଯାକ ଶିକାରୀ ଉଦଳା ଥାନା କାଶିକୁଣ୍ଡଳ ଗ୍ରାମର। କୋର ଅଂଚଳରେ ଶିକାରୀମାନେ ମଞ୍ଚା ବାନ୍ଧି ଦୁଇ ତିନିଦିନ ଧରି ବନ୍ୟା ପ୍ରାଣୀ ଶିକାର କରିବାର ଯୋଜନା କରିଥିଲେ।

Comments are closed.