ଅଗ୍ନିକାଣ୍ଡରେ ଦୁଇ ବଖରା ଜଳିଗଲା 

0

ଖୁଣ୍ଟା : ଖୁଣ୍ଟା ବ୍ଲକ ବଡପଥରା ପଞ୍ଚାୟତର ଖଣ୍ଡାବୁଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳିଯାଇଛି। ବୁଧବାର ଦିନ ପ୍ରାୟ ୧ଟା ୩୦ ମିନିଟ ସମୟରେ ଗ୍ରାମର ଭରତ ସିଂଙ୍କ ଚାଳଛପର ଘରେ ନିଅାଁ ଲାଗିଥିଲା। ଖୁଣ୍ଟା ଦମକଳବାହିନୀ ଖଣ୍ଡାବୁଡାରେ ପହଞ୍ଚି ନିଆଁକୁ ଆୟତ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଦୁଇବଖରା ଘର ଜଳି ଯାଇଥିଲା। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ଭରତଙ୍କ ନାହିଁ ନଥିବା କ୍ଷତି ଘଟିଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Leave A Reply