ଅବକାରୀ ଚଢଉରେ ୫ଗିରଫ ; ମଦ ସମେତ ବାଇକ ଜବତ

0

ଖୁଣ୍ଟା : ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଏକାଧିକ ସ୍ଥାନରେ ଚଢଉ କରାଯାଇ ବେଆଇନ ଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରା ଯାଇଛି। ଏହି ଚଢଉରେ ୬୬ ଲିଟର ଦେଶୀ ମହୁଲିି ମଦ ସମେତ ଏକ ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ନଛିପୁର ଗ୍ରାମର ଚନ୍ଦ୍ର ହେମ୍ବ୍ରମ(୨୯) , ନୂଆଗାଁର ପଦ୍ମଲୋଚନ ଟୁଡୁ(୬୫), ଖେଜୁରଡିହା ଗ୍ରାମର ସଚୀ ନଏକ(୫୦), କନ୍ଦଳିଆ ଗ୍ରାମର ନାରାୟଣ ମୁର୍ମୁ ଓ କେନ୍ଦୁଆ ଗ୍ରାମର ସବାନ ମାଝୀ। ସେହିପରି ଅନ୍ୟ ଏକ ଘଟଣାରେ ବଡଫେଣୀ ରାସ୍ତାରେ ବାଇକରେ ମଦ ନେଇ ଯାଉଥିବା ଜନୈକ ବ୍ୟକ୍ତି ବାଇକ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି। ବାଇକ ସହିତ ସେଥିରେ ନିଆଯାଉଥିବା ୨୦ଲିଟର ମଦକୁ ଜବତ କରାଯାଇଥିଲା।

Leave A Reply