ଖୁଣ୍ଟା ବ୍ଲକର ପ୍ରଥମ କରୋନା ମୃତ୍ୟୁ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଜନୈକ କୋଭିଡ ସଂକ୍ରମିତଙ୍କର ଭୁବନେଶ୍ୱରରେ ମୃତ୍ୟୁ ଘଟିଛି। ତାଙ୍କୁ ପ୍ରଥମେ ବାରିପଦା ନିକଟ ବାଂକିଶୋଳ କୋଭିଡ ଡାକ୍ତରଖାନାରେ ଗତ ୪ ତାରିଖରେ ଭର୍ତ୍ତି କରାଯାଇଥିଲା।  ପରେ ତାଙ୍କୁ ସେଠାରୁ ଭୁବନେଶ୍ୱରର ଏକ  ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ସ୍ୱତନ୍ତ୍ର ଗାଡ଼ିରେ ପରିବାର ଲୋକେ ଭୁବନେଶ୍ୱର ଯାଇଛନ୍ତି।

Comments are closed.