କୂଅରେ ପଡି ମହିଳାଙ୍କ ମୃତ୍ୟୁ

0

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ନହରା ଗ୍ରାମର ଜଣେ ମହିଳାଙ୍କର କୂଅରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି । ନହରା ଗ୍ରାମର ବଳିଆ ନାଏକଙ୍କ ପତ୍ନୀ ମମତା(୨୫) ଚିକିତ୍ସା ପାଇଁ ବେତନଟୀ ଥାନା ଦରିହା ଗ୍ରାମର ନିଜ ବାପ ଘରକୁ ଯାଇଥିବା ବେଳେ ବୁଧବାର ସକାଳେ ସେଠାରେ କୂଅରେ ପଡି  ତାଙ୍କର ମୃତ୍ୟୁ ଘଟିଛି । ମମତା ଅସୁସ୍ଥ ହୋଇପଡିଥିବାରୁ ଚିକିତ୍ସା ପାଇଁ ଦୁଇ ମାସ ହେବ ବାପ ଘରେ ରହି ଆସୁଥିଲେ। ବୁଧବାର ସକାଳ ପ୍ରାୟ ୯ଟାରେ ମମତା ଘର ନିକଟରେ ଥିବା କୂଅରୁ ପାଣି କାଢୁଥିବା ବେଳେ ଭାରସାମ୍ୟ ହରାଇ କୂଅ ଭିତରେ ଖସି ପଡିଥିବା କୁହା ଯାଉଛି । ଉଦ୍ଧାର ପରେ ତାଙ୍କୁ ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲେହେଁ ସେଠାରେ ଡାକ୍ତର ମମତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତ ଦେହ ବ୍ୟବଚ୍ଛେଦ କରାଯାଇଛି।

Leave A Reply