ଚିଲିମା ଗ୍ରାମରେ ଝାଡାବାନ୍ତିରେ ୫ ପରିବାର ଆକ୍ରାନ୍ତ 

0

ଖୁଣ୍ଟା :ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଚିଲିମା ଗ୍ରାମରେ ୫ଟି ପରିବାରର ୧୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଏଥିପାଇଁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚିକିତ୍ସା ସହ ସତକର୍ତ୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମର ନିରଞ୍ଜନ ବେହେରା(୪୬) ଗତ ୪ ତାରିଖରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ ତାରିଖରେ ନିକଟସ୍ଥ କୁଆମରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେ ୮ ତାରିଖରେ ସୁସ୍ଥ ହୋଇ ଫେରିଥିଲେ। ମାତ୍ର ୭ ତାରିଖରୁ ୯ତାରିଖ ମଧ୍ୟରେ ଉକ୍ତ ଗ୍ରାମର ମୋଟ ୫ଟି ପରିବାରର ୧୧ ଜଣ ତରଳ ଝାଡା ଓ ୫ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ଜଣା ପଡିଥିଲା। ଅଶାକର୍ମୀ, ଭ୍ରାମ୍ୟମାଣ ଚିକିତ୍ସା ଦଳ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିବା ବେଳେ ପରିପାଶ୍ଵିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଶୁକ୍ରବାର ବିଭାଗୀୟ କର୍ମଚାରୀମାନେ ଦୁଇଟି ନଳକୂପରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଥିଲେ। ଅନୁଧ୍ୟାନ ଜାରି ରହିଥିବା ବେଳେ ଗ୍ରାମରେ ଏକ ଶ୍ରାଦ୍ଧ ଭୋଜି ଖାଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ବୋଲି ଭାରପ୍ରାପ୍ତ ଅଧିକାରୀ ଡାକ୍ତର କୁଶାଲ ହାଁସଦା କହିଛନ୍ତି।

Leave A Reply