ଶିମିଳିପାଳରୁ ୩ମୃତ ବେଲେରା ମୂଷା ଜବତ, ୩ ଶିକାରୀ ଗିରଫ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀମାନେ ୩ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩ ମୃତ ବେଲେରା ମୂଷା ସମେତ ଶିକାର ସରଞ୍ଜାମ ଜବତ କରାଯାଇଛି। ବେଲେରା ମୂଷା ସିଡ୍ୟୁଲ୧-ପାର୍ଟ୧ ଶ୍ରେଣୀ ଭୁକ୍ତ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଗିରଫ ଶିକାରୀମାନେ ଖୁଣ୍ଟା ଥାନା ତଥା ସପଞ୍ଚୁଆ ଗ୍ରାମ ପଞ୍ଚାୟତ ଅଧୀନ ଗମେଇଘାଟି ଗ୍ରାମର ସଂଗ୍ରାମ ସିଂଙ୍କ ପୁଅ ସୁଜିତ(୨୦), ସୁନାରାମ ସିଂଙ୍କ ପୁଅ ସଞ୍ଜୟ(୨୨) ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର ସଂଗ୍ରାମ ସିଂଙ୍କ ପୁଅ ରବୀନ୍ଦ୍ର(୧୮)।

ରବିବାର ରାତିରେ ଗିରଫ ଶିକାରୀମାନେ ଡୁକୁରା ବଣ୍ୟପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ଅଭୟାରଣ୍ୟର ସାଞ୍ଜ କମ୍ପାର୍ଟମେଣ୍ଟ ନଂ୫ର ସିଜୁପାଣି ନିକଟରେ ବୁଲୁଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଧନୁ, ତୀର, କଟୁରି, ମୋବାଇଲ, ବାଟୁଳି ଓ ଟର୍ଚ୍ଚ ଲାଇଟ ପ୍ରଭୃତି ସରଞ୍ଜାମ ଜବତ କରାଯାଇଥିଲା। ସେମାନେ ଜଙ୍ଗଲରେ ଏକ ମଞ୍ଚା ବାନ୍ଧିଥିବା ବେଳେ ବଡଜନ୍ତୁ ନ ମିଳିବାରୁ ୩ ଗୋଟି ବେଲେରା ମୂଷା ଶିକାର କରିଥିବା ସ୍ୱୀକାର କରିଥିଲେ।

Comments are closed.