ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ଡେଙ୍ଗାମ ପାହାଡରୁ ରବିବାର ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହୁଲଡିହି ଗ୍ରାମର ଲକ୍ଷ୍ମୀଧର ଲୁହାରୀ(୮୫)।

ସୂଚନା ଅନୁଯାୟୀ, ଗତ ୧୮ ତାରିଖ ଦିନ ଲକ୍ଷ୍ମୀଧରଙ୍କର ପରିବାର ଲୋକଙ୍କ ସହ ବଚସା ହୋଇଥିବା ବେଳେ ସେ ଘରୁ ଚାଲିଯାଇଥିଲେ। ରବିବାର ଅପରାହ୍ନରେ ନିକଟସ୍ଥ ଡେଙ୍ଗାମ ପାହାଡରେ ଲକ୍ଷ୍ମୀଧରଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ପୁଲିସ ଖବର ପାଇଥିଲା ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିଥିଲେ ହେଁ ରାତି ହୋଇଯିବାରୁ ସୋମବାର ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯିବ। ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି ।

Comments
Loading...