୧୨ କେଜି ହରିଣ ମାଂସ ଓ ଚମଡ଼ା ଜବତ, ଜଣେ ଗିରଫ

0

ଖୁଣ୍ଟା: ହରିଣକୁ ମାରି ମାଂସ ବିକ୍ରି କରାଯାଉ ଥିବା ଅଭିଯୋଗରେ ବନକର୍ମଚାରୀ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ଡୁକୁରା ରେଞ୍ଜ ବହଳଦା ବିଟ ଅଧୀନ ଶିମିଳିପାଳର ବାଲିପାଳ ପଥରଖାଦାନ ନିକଟରେ ଗୁରୁବାର ଅପରାହ୍ନରେ ଖବର ପାଇ ଡୁକୁରା ରେଞ୍ଜର ଅନନ୍ତ ଜେନା ବନକର୍ମଚାରୀ ସହିତ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ବେଳେ ଖୁଣ୍ଟା ଥାନା ବାଲିପାଳ ଗ୍ରାମର ବଡନେତ୍ରା ସିଂ(୬୫)ଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ନିକଟରୁ ୧୨ କେଜି ହରିଣ ମାଂସ, ସାଢ଼େ ୬ ଫୁଟ ଲମ୍ବ ଓ ଅଢେଇ ଫୁଟ ଓସାରର ହରିଣ ଛାଲ, ନିକିତି, ତାରପୋଲିନ, ବସନ କୁସନ ଜବତ କରାଯାଇଛି। ଗିରଫ ବ୍ୟକ୍ତି ଓ ଜବତ ସାମଗ୍ରୀ ଡୁକୁରା ରେଞ୍ଜ କାର୍ୟ୍ୟାଳୟରେ ରଖାଯାଇଛି। ହରିଣକୁ ଗୁଳିକରି ମରି ଦିଆଯାଇଥିବା ଅନୁମାନ କରାଯାଉଥିବା ବେଳେ ଫେରାର ଥିବା ମୁଖ୍ୟ ଆସାମୀକୁ ବନବିଭାଗ ଖୋଜୁଛି।

Leave A Reply