ପ୍ରଶାସନ ଓ ବଣିକ ସଂଘର ମିଳିତ ବଜାର ସଫେଇ

0

ଖୁଣ୍ଟା : ଖୁଣ୍ଟା ଅଞ୍ଚଳରେ ପ୍ରଶାସନ ଓ ଖୁଣ୍ଟା ବଣିକ ସଂଘ ପକ୍ଷରୁ ମିଳିତ ଭାବେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀରେ ଶନିବାର ପ୍ରାତଃ ସମୟରେ ଗୋପବନ୍ଧୁ ନଗର ବିଡିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ବଙ୍ଗଳା ଛକରେ ସାନଖୁଣ୍ଟା ସରପଞ୍ଚ ସୁମିତ୍ରା ନାଏକ,ଆରଡବ୍ଲ୍ୟୁଏସଏସ ଓ ବ୍ଲକର ଅନ୍ୟ ପ୍ରଶାସନିକ କର୍ମଚାରୀ ମାନେ ଏକତ୍ରିତ ହୋଇ ବଣିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ସେମାନଙ୍କ ସହିତ ସାମିଲ ହୋଇଥିଲେ। ବଙ୍ଗଳା ଛକରୁ ଆରମ୍ଭ କରି ଖୁଣ୍ଟା ସାପ୍ତାହିକ ହାଟସ୍ଥଳି, କାଳୀମାର୍କେଟ, ବଉଳ ବଜାର, ଆନନ୍ଦ ବଜାର, ବସ ଷ୍ଟାଣ୍ଡ, ମୀନା ବଜାର ଓ ବାଇପାସ ଛକରେ ମିଳିତ ସଫେଇ କରାଯାଇଥିଲା। ସ୍ୱେଚ୍ଛାସେବୀ ଓ ମୋଟିଭେଟର ମାନେ ସାମିଲ ହୋଇଥିଲେ।

Leave A Reply