ତାଲିମଧାରୀ ଶିକ୍ଷକଙ୍କ ଅନିର୍ଦିର୍ଷ୍ଟ କାଳ ପାଇଁ ଧାରଣା

0

ଖୁଣ୍ଟା : କୁଶଳଦା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ(ଜିଇଟିଇଆଇ)ରେ ନିୟମିତ ତାଲିମଧାରୀ ମାନେ ଗୁରୁବାର ବିଭିନ୍ନ ଦାବି ନେଇ ପ୍ରତିଷ୍ଠାନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ସେମାନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓପନ ସ୍କୁଲିଂ (ଏନଆଇଓଏସ) ମାଧ୍ୟମରେ ଚାକିରୀରେ ଥାଇ ତାଲିମ ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ‘କଣ୍ଟିନ୍ୟୁଅସ ସାର୍ଟିଫିକେଟ’ ପ୍ରଦାନକୁ ବିରୋଧ କରିଛନ୍ତି। ତାଲିମ ଧାରୀମାନେ ସେ ବାବଦରେ ପ୍ରତିଷ୍ଠାନର ଅଧ୍ୟକ୍ଷ/ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି। ଧାରଣାକାରୀଙ୍କ ପ୍ରମୁଖ ଦାବି ମଧ୍ୟରୁ ସେମାନେ ଏଣ୍ଟ୍ରାନ୍ସ ଦେଇ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେଶନ ଡିପାର୍ଟମେଣ୍ଟ(ଡିଏଲଇଡି) ଟ୍ରେନିଂ ପ୍ରତିଷ୍ଠାନରେ ନାମ ଲେଖାଇବା ସହ ନିୟମିତ ଶ୍ରେଣୀରେ ଉପସ୍ଥିତ ରହୁଛନ୍ତି। ସେମାନେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ଓଡିଶା ଟିଚର ଇଲିଜିିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁଛନ୍ତି। ଅପରପକ୍ଷେ ଏନଆଇଓଏସର ତାଲିମଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେବଳ ଛୁଟି ଦିନ ମାନଙ୍କରେ ଶ୍ରେଣୀକୁ ଯାଇ ଦ୍ୱିତୀୟ ବର୍ଷ ବେଳକୁ ଓଟିଇଟି ପରୀକ୍ଷା ଦେଇପାରିବା ଓ ନିୟମିତ ତାଲିମଧାରୀଙ୍କ ଭଳି କଣ୍ଟିନ୍ୟୁଅସ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ବିରୋଧ କରାଯାଇ ଗୁରୁବାର ଠାରୁ ଧାରଣା ଆରମ୍ଭ କରାଯାଇଛି। ଘଟଣା ସମ୍ପର୍କରେ କୁଶଳଦା ଜିଇଟିଇଆଇର ଅଧ୍ୟକ୍ଷ/ପ୍ରଧାନ ଶିକ୍ଷକ ଅନଦି ଚରଣ ବିନ୍ଧାଣୀଙ୍କୁ ଫୋନରେ ପଚାରିବାରୁ ଏନଆଇଓଏସ ତାଲିମଧାରୀଙ୍କୁ ରେଗୁଲାର ତାଲିମଧାରୀଙ୍କ ଭଳି କଣ୍ଟିନ୍ୟୁଅସ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ସରକାରଙ୍କ ନିର୍ଦେଶ ରହିଥିବାରୁ କୁଶଳଦା ଜିଇଟିଇଆଇ ପକ୍ଷରୁ ଉକ୍ତ ସାର୍ଟିଫିକେଟ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ।

Leave A Reply