ଚୋରା ବାଲି ଓ ମେଟାଲ ବୋଝେଇ ଟ୍ରାକ୍ଟର ଜବତ 

0

ଖୁଣ୍ଟା : ଖୁଣ୍ଟା ଥାନା ଅଧୀନ ଭୋଳାଗଡିଆ-ଖୁଣ୍ଟା ରାସ୍ତାରେ ବେଆଇନ ଭାବେ ମାଙ୍କଡା ପଥର, ବାଲି ମେଟାଲ ଚାଲାଣ କରୁଥିବା ଅଭିଯୋଗରେ ଏକକାଳୀନ ୪ ଟ୍ରାକ୍ଟରକୁ ଜବତ କରାଯାଇଛି। ଶୁକ୍ରବାର ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଖୁଣ୍ଟା ପୁଲିସ ପକ୍ଷରୁ ଅଚାନକ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଦୁଇଟି ଟ୍ରାକ୍ଟରରେ ମାଙ୍କଡା ପଥର, ଗୋଟିକରେ ବାଲି ଏବଂ ଅନ୍ୟଟିରେ ମେଟାଲ ଚାଲାଣ କରାଯାଉଥିଲା ବେଳେ ଟ୍ରାକ୍ଟର ଗୁଡିକ ଧରାପଡିଥିଲେ। ବେଆଇନ ଭାବେ ଚାଲିଥିବା ଚୋରା ବାଲି ଓ ମେଟାଲ ଗୁଡିକର ଏହି ବେଆଇନ ଚାଲାଣ ପଛରେ କେତେକ ଅସାଧୁ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବା ବେଳେ ଶୁକ୍ରବାର ଘଟଣାରେ ସେମାନଙ୍କ ମଧ୍ୟରେ ଆଲୋଡନ ଖେଳିଯାଇଛି। ସନ୍ଧ୍ୟା ସୁଦ୍ଧା ମେଟାଲ ଓ ବାଲି ବୋଝେଇ ଟ୍ରାକ୍ଟରରୁ ରାଜସ୍ୱ ଓ ଜରିମାନା ବାବଦକୁ ୬୦ହଜାରରୁ ଅଧିକ ଟଙ୍କା ଆଦାୟ କରାଯାଇଥିବା ବେଳେ ମାଙ୍କଡା ବୋଝେଇ ଦୁଇ ଗୋଟି ଟ୍ରାକ୍ଟର ଅଦ୍ୟାବଧି ଖୁଣ୍ଟା ଥାନାରେ ରଖାଯାଇଛି। ଆଇଆଇସି ସତ୍ୟଜିତ ଦାସ ଓ ଅତିରିକ୍ତ ତହସିଲଦାର ସ୍ମରଣ ପୃଷ୍ଟି ଚଢଉରେ ମିଳିତ ନେତୃତ୍ୱ ନେଇଥିଲେ।

Leave A Reply