ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ “ଖୁଏଲ୍‍ ଯାତ୍ରା’’ ଅନୁଷ୍ଠିତ

0

ସୁନ୍ଦରଗଡ଼: ସମୟର ଚକ୍ରରେ ଲୁଚି ଯାଉଥିବା ଖେଳକୁଦ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ପ୍ରଥର ଥର ପାଇଁ  “ଖୁଏଲ୍‍ ଯାତ୍ର’’ ର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀ, ଅଭିଭାବକ ଓ ସହରବାସୀ ଏହି ଯାତ୍ରାର ବେଶ ମଜା ନେଇ ଏକ ନିୟାରା ଅନୁଭୂତି ଅନୁଭବ କରିଥିଲେ । ଆଜି ଏହି ଯାତ୍ରାକୁ ସୁନ୍ଦରଗଡ଼ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ସୁରେନ୍ଦ୍ର କୁମାର ମୀନା ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି ଗିର୍ଲି ଦଣ୍ଠା, ବାଟି ଓ ମୁଷ୍ଟି ଯୁଦ୍ଧର ଗ୍ଲୋବ ପିନ୍ଧି ବେଶ ମଜା ନେଇଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀ ମୀନା ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରି ନିଜ ଗାଁରେ ପିଲା ବେଳେ ଖେଳୁ ଥିବା ଖେଳ ବିଷୟରେ କହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସରକାରଙ୍କ ଯୋଜନା ସହ ଏହି “ଖୁଏଲ୍‍ ଯାତ୍ରା’’ ର କିଛି କାର୍ଯ୍ୟକ୍ରମର ସାମଞ୍ଜସ୍ୟ ରହିଥିବାର ପରିଲିକ୍ଷିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.କିଶୋର କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ପ୍ରଫେସର ଲଳିତ ରଞ୍ଜନ ସାହୁ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୁରା ଦମ୍‍ରେ ନାଚି, କୁଦି, ଚିତ୍ର ଆଙ୍କି ପାରମ୍ପାରିକ ଓ ଆଧ୍ୟାତ୍ମୀକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ବେଶ କିଛି ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍ଥାନୀୟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ବରିଷ୍ଠ ଆଇନଜୀବି ଶ୍ୟାମ ସୁନ୍ଦର ମିଶ୍ର, ନଗର ବିଜେଡ଼ିର ପୂର୍ବତନ ସଭାପତି ଜୟନାରାୟଣ ତ୍ରିପାଠୀ, ପଶ୍ଚିମାଞ୍ଚଳ ଜୋନ ବିଜୁ ଛାତ୍ର ଜନତା ଦଳର ସଭାପତି ବୈକୁଣ୍ଠ ନାଏକ, ପୂର୍ବତନ କାଉନସିଲର ସୁମନ୍ତ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ର ଏଥିରେ ସାମିଲ ହୋଇଥିଲେ ।

Leave A Reply