ଜାତୀୟ ରାଜପଥରେ ଟ୍ରକ ଲୁଟ ଘଟଣାରେ ତିନି ଗିରଫ, ବୋଲେରୋ ଜବତ

ଖୋର୍ଦ୍ଧା : ଗତ୨୨ତାରିଖ ଦିନ ନଂ୧୬ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରି ବୋଝେଇ ଟ୍ରକକୁ ଲୁଟ ଘଟଣାରେ ନିରାକାରପୁର ପୁଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ ବୋଲେରୋ ଗାଡିକୁ ଜବତ କରିଛି। ଗିରଫ ଡକାୟତ ମାନେ ହେଲେ କଟକ ଲକ୍ଷ୍ମୀ ନାରାୟଣପୁରର ନନ୍ଦ ସାହୁ,ମାନସ ରଂଜନ ଗିରି ଓ ସୁରେନ୍ଦ୍ର ଦାଶ । ଏମାନଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।ପୁଲିସ ସୂଚନା ଅନୁଯାୟୀ

ଗତ ୨୨ ତାରିଖରେ ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରେ ଲୁଟେରା ମାନେ ଓଡ଼ି୦୨-ଏନ-୩୨୦୦ନମ୍ବର ବିଶିଷ୍ଟ ଧଳା ରଙ୍ଗର ବୋଲେରୋ ଗାଡ଼ିରେ ୩ଜଣ ଲୁଟେରା ଆସି ଓଆର-୦୭-ଏଲ-୬୨୫୩ନମ୍ବର ବିଶିଷ୍ଟ କୁରୁକୁରି ବୋଝେଇ ଟ୍ରକ ସମ୍ମୁଖରେ ଗାଡିକୁ ଅଟକାଇ ବଳପୂର୍ବକ ଡ୍ରାଇଭର ଓ ହେଲଫରକୁ କାବୁକରି ଟ୍ରକକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଲୁଟେରାମାନେ ନୟାଗଡ଼ ନିକଟସ୍ଥ ଏକ ଜଙ୍ଗଲରେ ଡ୍ରାଇଭର ଓ ହେଲଫରକୁ ଛାଡିଦେଇଥିଲେ। ଏନେଇ ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତିକରି ନିରାକାରପୁର ପୋଲିସ ଛାନଭିନ ଆରମ୍ଭ କରିଥିଲା।ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତିନି ଜଣ ଲୁଟେରାକୁ ଜଗତପୁର ଅଞ୍ଚଳରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି। ପଚରା ଉଚରା ପରେ ଡକାୟତ ମାନେ ଟ୍ରକରୁ କୁରୁକୁରୀ ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଙ୍ଗପଡା ଟୋଲଗେଟ ନିକଟରେ ଛାଡି ପଳାଇଥିଲେ।

Comments are closed.