ଖୋର୍ଦ୍ଧା ଏସ୍‌ପିଙ୍କୁ କୋରୋନା

ଖୋର୍ଦ୍ଧା : ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କୁ କରୋନା । ଆଜି ଏସ୍‌ପିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ସ୍ବାବ୍ ଟେଷ୍ଟରୁ ସେ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି ।ପୂର୍ବରୁ ଜିଲା ପୁଲିସ ମୁଖ୍ୟାଳୟର ଜଣେ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା । ସ୍ବାବ୍ ଟେଷ୍ଟରେ ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏସପିଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲେ ମଧ୍ୟ ତାଙ୍କର କିଛି ଲକ୍ଷଣ ଦେଖା ଦେଇନାହିଁ । ଡାକ୍ତରଙ୍କ ପରାମର୍ଶ ପରେ ଏସ୍‌ପି ହୋମ ଆଇସୋଲେସନରେ ରହିଥିବା ଜଣାପଡିଛି।

ତେବେ ଏସ୍‌ପିଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଭୟର ବାତ୍ତାବରଣ ଖେଳିଯାଇଛି । ତେବେ କେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

Comments are closed.