କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଙ୍କିଆ ଥାନା ରମ୍ଭାବିଲ ଗାଁରେ ଘଟିଛି। ଗାଁର କୂଅ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ୯ ତାରିଖରୁ ଉକ୍ତ ଯୁବକ ଜଣଙ୍କ ବରଯାତ୍ରୀ ଯାଇ ନିଖୋଜ ଥିଲେ। ରମ୍ଭାବିଲ ଗାଁକୁ ବରଯାତ୍ରୀ ହୋଇଯାଇଥିଲେ ଯୁବକ ଜଣଙ୍କ। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଆଜି କୂଅରୁ ମୃତଦେହ ମିଳିବା ପରେ ସେ ଅସବାଧନତା କାରଣରୁ ପଡିଯାଇଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ସେନେଇ ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମୃତଦେହ ଜବତ କରି ଜଙ୍କିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments are closed.