ରେଲ୍‌ୱେ ଟ୍ରାକ୍‌ରୁ ମାଆ ଓ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଜୁଡ଼ା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍‌ୱେ ଟ୍ରାକ୍‌ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଟ୍ରେନ୍‌ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.