ଚୋରା ପଥର ଖଣି ମାମଲା ; ଅଇଆଇସି ଓ ତହସିଲଦାର ଏସଟିଏଫରେ ହାଜର

ଖୋର୍ଦ୍ଧା : ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲ ଶନିବାର କ୍ରାଇମବ୍ରାଞ୍ଚ ଏସଟିଏଫ ନିକଟରେ ହାଜାର ହୋଇଛନ୍ତି  । ଚୋରା ପଥର ଖଣି କାରବାରରେ ଉଭୟଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିବା ପରେ ସେମାନଙ୍କୁ ଏସଟିଏଫ ପକ୍ଷରୁ ହାଜର ହେବା ଲାଗି ନୋଟିସ ଜାରି କରାଯାଇଥିଲା ।  ଶନିବାର ଆଇଆଇସି ଓ ତହସିଲଦାର ହାଜର ହେବାପରେ ଉଭୟଙ୍କୁ ଏସଟିଏଫ ଅଧିକାରୀମାନେ ପଚାରା ଉଚରା କରିଛନ୍ତି ।

Comments are closed.