ଗଛରୁ ଡ଼ାଳ ପଡ଼ି ଛାତ୍ର ମୃତ

ଖୋର୍ଦ୍ଧା : ଖୋର୍ଦ୍ଦା ଜିଲା ନିରାକାରପୁର କ୍ଷେତ୍ରବାସୀ ନୋଡ଼ାଲ ହାଇସ୍କୁଲରେ ଗୁରୁବାର ଏକ ଅଘଟଣ ଘଟିଯାଇଛି ।  ବିଦ୍ୟାଳୟ ପରିସରରେ ଥିବା ଏକ ଗଛରୁ ଡ଼ାଳ ପଡ଼ି ଦ୍ବିତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରଙ୍କ ନାମ ରୀତେସ ପ୍ରଧାନ।

ସୂଚନା ଅନୁଯାୟୀ,  ବାତ୍ୟା ଫନି ସମୟରେ ଏକ ବିରାଟ ଡ଼ାଳ ଭାଙ୍ଗି ଦିର୍ଘ ଦିନ ହେବ ଗଛରେ ଝୁଲି ରହିଥିଲା । ଗୁରୁବାର ଖେଳଛୁଟି ବେଳେ ପିଲାମାନେ ଖେଳୁଥିବା ସମୟରେ ଡ଼ାଳଟି ହଠାତ୍ ଛାତ୍ରଜଣଙ୍କ ଉପରେ ଖସିପଡ଼ିଥିଲା । ଗୁରୁତର ଅବସ୍ଥାରେ  ଡାକ୍ତରଖାନା ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Comments are closed.