ପ୍ରଶାସନ ନୀରବ, ସରକାରୀ ଜାଗା ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ପରେ ବି ଫଳଶୂନ୍ୟ

ବେଗୁନିଆ : ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଂଚଳ ଏବେ ଜବରଦଖଲକାରୀଙ୍କର ଭୂସ୍ବର୍ଗ ପାଲଟିଛି । ପ୍ରତେକ ପଂଚାୟତ ଅଂଚଳରେ ଥିବା ସରକାରୀ ଜାଗା ଗୁଡିକ ଅସାମାଜିକ ବ୍ୟକ୍ତି ମାନେ ଅକ୍ତିଆର କରି ତାକୁ ପ୍ଲଟିଙ୍ଗ କରି ନିରୀହ ଜନସାଧାରଣଙ୍କୁ ବିକ୍ରି କରୁଛନ୍ତି । ଫଳରେ ନିରୀହ ଜନସାଧାରଣ ସେମାନଙ୍କ ଦ୍ବାରା ଶୋଷଣର ଶୀକାର ହେଉଥିବାବେଳେ ପ୍ରଶାସନର ନିରବତାକୁ ନେଇ ଗାଁ ଗାଁ, ସାହି ସାହି ,ଏବଂ ବ୍ୟକ୍ତିଗତ ଭାବେ ଗଣ୍ଡଗୋଳ ଘଟି ହଣା ମରା ହୋଇ ଥାନାର ଦ୍ୱାରସ୍ଥ ହେଉଥିବାର ବହୁ ନଜିର ଦେଖିବାକୁ ମିଳୁଛି। ଜବରଦଖଲ ଘଟଣା ପୁଲିସ ପାଇଁ ଅଯଥା ମୁଣ୍ଡବିନ୍ଧା ର କାରଣ ପାଲଟିଛି । ଏ ସଂକ୍ରାନ୍ତ ରେ ବେଗୁନିଆ ତହସିଲ ସବୁ ଜାଣି ନୀରବ ରହୁଥିବା ଯୋଗୁଁ ଜବରଦଖଲକାରୀମାନେ ଜୋର ଯାର ମୂଲକ ତାର ନ୍ୟାୟରେ ସେମାନଙ୍କ କାର୍ଯ୍ୟ ଚାଲୁ ରଖିଛନ୍ତି । ପ୍ରତି ଗ୍ରାମରେ ଜବର ଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ କରୁନାହିଁ । ଏପରିକି ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲେ ମଧ୍ୟ ଉଚ୍ଛେଦ ନକରିବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ଲୋକମାନେ ଉତ୍କଣ୍ଠା ର ସହ ଚାହିଁ ବସିଛନ୍ତି ।

ସମ୍ପୃକ୍ତ ତହସିଲ ଅଧିନସ୍ଥ ସିକୋଗ୍ରାମର ଚନ୍ଦ୍ରଶେଖରପୁର ମୌଜା ରେ ଥିବା ଆବାଦଯୋଗ୍ୟ ଅନାବାଦୀ ଜମିର ଖାତା ନଂ୫୬୯ ଏବଂ ପ୍ଲଟ ନଂ୨ ଏବଂ ୧/୧୭୨୬ ରଖିତ ଜମିର ବସ୍ତିଯୋଗ୍ୟ ଖାତା ନଂ୫୭୨ ପ୍ଲଟ ନଂ୧କୁ ସମ୍ପୃକ୍ତ ମୌଜାର ବିଶ୍ୱନାଥ ପ୍ରଧାନ ଏବଂ ପରିବାର ଲୋକମାନେ ଜବରଦଖଲ କରି ରଖିବା ଯୋଗୁଁ ଜନସାଧାରଣ ସେମାନଙ୍କ ଯାତାୟତ କ୍ଷେତ୍ରରେ ଘୋର ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଶ୍ରୀ ପ୍ରଧାନ ଉକ୍ତ ଜାଗାକୁ ପ୍ଲଟିଂକରି ଲୋକମାନଙ୍କୁ ବିକ୍ରି କରୁଛନ୍ତି  ଏବଂ ସରକାରୀ ଜମି ଉପରେ କୋଠା ନିର୍ମାଣ କରି ବାସ କରୁଛନ୍ତି । ଜବରଦଖଲ ଯୋଗୁ ଲୋକମାନେ ଅସୁବିଧାରେ ପଡୁଥିବାବେଳେ ଗ୍ରାମର ଜନସାଧାରଣଙ୍କ ସହିତ ବିଶ୍ୱନାଥ ମଙ୍ଗରାଜ ଚଳିତ ଫେବୃଆରୀ ମାସ ୨୪ ତାରିଖରେ ତତ୍କାଳୀନ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତହସିଲଦାର ସେହି ଦିନ ସିକୋର ତତ୍କାଳୀନ ଆର ଆଇ ସୁରେଶକୁମାର ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଥିଲେ । ଆର ଆଇ ଘଟଣାର ତଦନ୍ତ କରି ତାଙ୍କ ରିପୋର୍ଟରେ ଜି ଫର୍ମ ଏବଂ ନକ୍ସା ସହିତ ତାଙ୍କର ଚିଠି ନଂ୧୬୪ ରେ ମାର୍ଚ୍ଚ ମାସ ୧୧ ତାରିଖ ରେ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

ଆର ଆଇ ଙ୍କ ରିପୋର୍ଟକୁ ଭିତ୍ତି କରି ତହସିଲଦାର ଶ୍ରୀ ପରିଡା ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଘଟଣାସ୍ଥଳ ସେ ନିଜେ ପରିଦର୍ଶନ କରିଥିଲେ। ତାପରେ ଜବରଦଖଲକାରୀଙ୍କ ବିରୁଦ୍ଧରେ ୩୨/୨୦ନଂ ପି ଆର୪୮୧/୨୦ ପଞ୍ଜିକୃତ କରିଥିଲେ। ମାର୍ଚ୍ଚ ୧୬ ତାରିଖରେ ଧାରା୭ଏବଂ ନିୟମ୯(କ)ବଳରେ କ ଫର୍ମ ନୋଟିସ ପଠାଇ ଏପ୍ରିଲ ୪ତାରିଖରେ ତହସିଲ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ । ତାପରେ ପୁନଶ୍ଚ ପି ଆର ନଂ୪୯୦/୨୦ରେ ମେ ମାସ୨୫ତାରିଖରେ କ ଫର୍ମ ନୋଟିସ ପଠାଇଥିଲେ । କିନ୍ତୁ ଦୁଇ ଥର ନୋଟିସ ପାଇ ମଧ୍ୟ ସମ୍ପୃକ୍ତ ଜବରଦଖଲକାରୀ ତାହାକୁ ହେୟଜ୍ଞାନ ମନେକରି ଧାର୍ଯ୍ୟ ତାରିଖରେ ତହସିଲଦାରଙ୍କ କୋର୍ଟରେ ପଂହଁଚି ନଥିଲେ ।

ଫଳରେ ତହସିଲଦାର ଧାରା୬(୧)ନୀୟମ୯(କ)ଅନୁସାରେ ଗତ ଜୁନ ମାସ୧୦ତାରିଖରେ ଖ ଫର୍ମ ନୋଟିସ ପଠାଇଥିଲେ । ଏହି ନୋଟିସ ଅନୁସାରେ ଜବରଦଖଲ କାରୀଙ୍କୁଉକ୍ତ ଜାଗାକୁ ଜବରଦଖଲ ମୁକ୍ତ କରିବା ପାଇଁ ୩୦ ଦିନ ସମୟ ଦିଆଯାଇଥିଲା । ନିୟମ ଅନୁସାରେ ଜବରଦଖଲକାରୀନିଜେ ସମ୍ପୃକ୍ତ ଜାଗାକୁ ଖାଲି ନକଲେ ଆଇନ ଅନୁଯାୟୀ ଘର ଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶସ୍ୟ ଏବଂ ଅନ୍ୟ ଫସଲ ବ୍ୟାଜାପ୍ତି କରାଯିବ ବୋଲି ତାଗିଦ କରାଯାଇଥିଲା । କିନ୍ତୁ ଜୁଲାଇ ମାସ ୧୦ ତାରିଖରୁ ତହସିଲଦାର ଙ୍କର ଧାର୍ଯ୍ୟ ସମୟ ଅତିକ୍ରାନ୍ତ କରିଥିଲେ ମଧ୍ୟ ସମ୍ପୃକ୍ତ ଜବରଦଖଲକାରୀ ଉକ୍ତ ଜାଗାକୁ ଦଖଲ ମୁକ୍ତ କରିବା ପରିବର୍ତ୍ତେ ସମ୍ପୃକ୍ତ ଜାଗାକୁ ପ୍ଲଟିଂ କରି ଲୋକମାନଙ୍କୁ ବିକ୍ରି କରୁଛନ୍ତି। ସରକାରୀ ଜାଗାରେ ଘର କଲେ ପଟା ମିଳିବ ବୋଲି ସତ ମିଛକହି ଜାଗାଗୁଡିକ ନିରୀହ ଲୋକମାନଙ୍କୁ ବିକ୍ରି କରି ଶୋଷଣ କରୁଛନ୍ତି । କିନ୍ତୁ ଜନସାଧରଣରେ ଆଲୋଚନା ହେଉଛି ଯେ ଜଣେ ମାଜିଷ୍ଟ୍ରେଟଙ୍କ ନିର୍ଦେଶକୁ ଜବରଦଖଲକାରୀ ବେଖାତିର କରିବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ସାପେକ୍ଷ । ତାହାସିଲଦକ୍ଷରଙ୍କର ଅବହେଳା ଏବଂ ଖାମଖିଆଲିମନୋଭାବ ଯୋଗୁଁ ସରକାରୀ ନୀୟମ ଅନୁସାରେ ସମସ୍ତ ନୋଟିସ କରାଯିବା ପରେ ଯଦି ସମ୍ପୃକ୍ତ ଜାଗାରୁ ଉଚ୍ଛେଦ କରାନଯାଏ ତାହେଲେ ଜବରଦଖକାରୀ ମାନେ ଡରିବେ କାହିଁକି ?ଏ ସଂକ୍ରାନ୍ତ ରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଙ୍କୁ ପଚାରିବାରୁ ସେ କାର୍ଯ୍ୟାଳୟରେ ରେ କର୍ମଚାରୀ ଅଭାବ ରହିଛି । ସମୟକ୍ରମେଏହି ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି କହିଥିଲେ ।

Comments are closed.