ବନ୍ୟା ଜଳ ପ୍ରବେଶ ପରେ ଚେଇଁ ଉଠୁଛି ପ୍ରଶାସନ, ବନ୍ଧରେ ଗେଟ ବଦଳରେ ଦିଆଯାଉଛି ବାଲି ବସ୍ତା

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନରଣଗଡ଼ ଗ୍ରାମ ପଞ୍ଚାୟତର ହାଡପଦା ଠାରୁ ବ୍ରଜମୋହନପୁର ଗ୍ରାମ ପଞ୍ଚାୟତର ଶରଧାପୁର ଗ୍ରାମକୁ ଲମ୍ବିଥିବା ଆରଡି  ରାସ୍ତାର ଉଭୟ ପାର୍ଶ୍ବର ବନ୍ୟା ପ୍ଲାବିତ ଚାଷ ଜମି। ଏହାର ଉଭୟ ପାର୍ଶ୍ବରେ ଥିବା ଚାଷ ଜମି ଗୁଡ଼ିକ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହୀରାକୁଦ ଛାଡ଼ିଥିବା ବନ୍ୟା ଜଳଦ୍ବାରା ପ୍ଲାବିତ ହୋଇ ସାରିଲାଣି। ଏହା ଭିତରେ ରହିଛି ନରଣଗଡ଼ ପଞ୍ଚାୟତର ନରଣଗଡ଼, କୁରୁମପଡା, ମେଦିନୀ, ବଳପୁର,ଧବଳପୁର,ଓରମୀ,ମାନପୁର ଓ ବ୍ରଜମୋହନପୁର ଗ୍ରାମ ପଞ୍ଚାୟତର ଶରଧାପୁର,ସଢେଇଗଡ଼ ଏବଂ ଓରବରସିଂହ ପଞ୍ଚାୟତର ଓରବରସିଂହ, କୃଷ୍ଣପୁର,ମଶାଣିଆ,ରାୟପୁର,ଡିହଖଳା,ହିରିମୁଳ,ଲେଖନପୁର ଇତ୍ୟାଦି ମୌଜାର ଚାଷ ଜମି ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ରାଜୁଆ ନଦୀର ପଶ୍ଚିମ ପାର୍ଶ୍ଵରେ ବନ୍ଧ ନଥିବାରୁ ଏହି ସମସ୍ୟା ପ୍ରତି ବର୍ଷ ସୃଷ୍ଟି ହେଉଅଛି। ଏହି ନଦୀର ପଶ୍ଚିମ ପାର୍ଶ୍ଵରେ ଗଡସାନପୁଟ ମୌଜାର ମା ଜାଗୁଳାଇଙ୍କ ମନ୍ଦିର ନିକଟସ୍ଥ ଡାହାଣୀ ଗାଡିଆ ଠାରୁ ଲଖନପୁର ମୌଜାର ଚଣ୍ଡି ବରଗଛ ପର୍ୟ୍ୟନ୍ତ ବାକିଥିବା ବନ୍ଧଟିକୁ ନିର୍ମାଣ କରାଗଲେ ଏହି ମୌଜା ଗୁଡିକର ଚାଷ ଜମି ଗୁଡ଼ିକ ବନ୍ୟା ଦାଉରୁ ରକ୍ଷା ପାଇ ପାରନ୍ତା। ସେହିପରି ଧବଳପୁର ପଞ୍ଚମୁଖୀ ନିକଟରେ ଦୁଇ ବର୍ଷ ହେବ ଶଙ୍ଖ ନିର୍ମାଣ ହୋଇଛି। ହେଲେ ସେଠାରେ ଗେଟ ଲଗା ଯାଇନଥିବାରୁ ବନ୍ୟା ପାଣି ପଶିବା ନେଇ ଜିଲା ପ୍ରଶାସନ ନିଦ ଭାଙ୍ଗିଛି।ଉକ୍ତ ଶଙ୍ଖକୁ ବନ୍ଧେଇବା ପାଇଁ। କିନ୍ତୁ ସେଠାରେ ଗେଟ ବଦଳରେ ଏବେ ବାଲି ବସ୍ତା ଦ୍ୱାରା ଅଟକିବା ପାଇଁ ପ୍ରସ୍ତୁତି ଚାଲିଛି। ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Comments are closed.