ଦୟନୀୟ ଅବସ୍ଥାରେ ବରୁଣେଈ ସହିଦ ସ୍ତମ୍ଭ

ଖୋର୍ଦ୍ଧା : ବରୁଣେଇ ପାଦଦେଶରେ ନିର୍ମିତ ସହୀଦ ସ୍ତମ୍ଭ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିରୁଜି ଯାଇଥିବାବେଳେ ଏହାର ଚତୁଃପାର୍ଶ୍ବରେ ଗଛଲତା ଉଠି ଜଙ୍ଗଲ ସୃଷ୍ଟି ହୋଇଛି। ଖୋର୍ଦ୍ଧାର ଐତିହାସିକ ବରୁଣେଇ ପୀଠ ତଥା ବରୁଣେଇ ପାଦଦେଶରେ ଏହି ସହୀଦ ସ୍ତମ୍ଭ ୧୯୯୮-୯୯ ମସିହା ଆର୍ଥିକ ବର୍ଷରେ ନିର୍ମିର୍ତ ହୋଇଥିଲା। ଇଂରେଜଙ୍କ ବିରୋଧରେ ବିଦ୍ରୋହ କରି ପ୍ରାଣବଳୀ ଦେଇଥିବା ପାଇକଙ୍କ ଉଦ୍ଦେଶ୍ୟରେ ଏହି ସ୍ତମ୍ଭ ନିର୍ମାଣ କରାଯାଇଥିଲା।

କିନ୍ତୁ ଜିଲା ସଂସ୍କୃତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣା ହେଉନଥିବାରୁ ସ୍ତମ୍ଭ ଭାଙ୍ଗିରୁଜି ଗଲାଣି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିି ଉପଲକ୍ଷେ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ବରୁଣେଇ ଓ ଏହାର ଆଖପାଖ ଅଞ୍ଚଳରେ ପାଇକ ମ୍ୟୁଜିୟମ, ଗଡଖୋର୍ଦ୍ଧା ଦୁର୍ଗ ପୁନରୁଦ୍ଧାର ଆଦି କାର୍ଯ୍ୟ ହେବାକୁ ଯୋଜନା ଥିବାବେଳେ ସହୀଦ ସ୍ତମ୍ଭକୁ ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିିଛି। ତେଣୁ ଏହି ସହୀଦ ସ୍ତମ୍ଭକୁ ମରାମତି କରିବା ଓ ଏହାର ଚତୁଃପାର୍ଶ୍ବକୁ ସଫାସୁତୁରା କରିବା ପାଇଁ ସ୍ୱେଛାସେବୀ ସଂଗଠନ ନ୍ୟୁ ଥିଙ୍କିଙ୍ଗ ଫେରାମ ସଭାପତି ନରେନ୍ଦ୍ର କୁମାର ପୃଷ୍ଟି ଦାବି କରିଛନ୍ତି।

Comments are closed.