ପ୍ରବାସୀଙ୍କୁ କାମ, ଆଗରେ ଖୋଲାନ ଗ୍ରାମପଞ୍ଚାଯତ

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ ଅଂଚଳକୁ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଫେରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ସହ ଉପଯୁକ୍ତ କର୍ମସଂସ୍ଥାନ ପ୍ରଦାନ ନିହାତି ଅପରିହାର୍ଯ୍ୟ ହୋଇଥିବା ବେଳେ ଏକ୍ଷେତ୍ରରେ ବ୍ଲକ ଅଂଚଳର ଖୋଲାନ ଗ୍ରାମପଂଚାୟତ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଥିବା ଆଲୋଚନାର ବିଷୟ ହୋଇଛି। ସମ୍ପ୍ରତି ବର୍ଷା ଋତୁରେ ମଧ୍ୟ ଖୋଲାନ ପଂଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ ଜାରି ସହ ୫୦ ଜଣ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇଛି। ଯୋଜନାରେ ଦୁଇଟି ଶୁଷ୍କ ପୋଖରିର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି।

ସେହିପରି ପାହାଡ ତଳି ଅଂଚଳରେ ଜଳସଂରକ୍ଷଣ ନେଇ ଟ୍ରେଂଚ ଖୋଲା କାମ ଚାଲିଛି। ପଂଚାୟତ ଅଂଚଳର ଶ୍ରମିକ ତଥା ଚାଷୀ ପରିବାରଙ୍କୁ ମୋ ବଗିଚା ଯୋଜନାରେ ସହାୟତା ପ୍ରଦାନ କରାଯିବା ସହ କାର୍ଯ୍ୟ ସଫଲତାର ସହ ଆଗେଇ ଚାଲିଛି। ମୋଟ ୭୬ଟି ପରିବାରଙ୍କୁ ମନରେଗାରୁ ମୋ ବଗିଚା ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

Comments are closed.